ରୋଗୀଟିଏ ସିରିଏସ୍ ହେଲେ ତାଙ୍କୁ ଜିଲ୍ଲାର ଛୋଟ ହସ୍ପିଟାଲରେ ସବୁ ସୁବିଧା ନଥିବାରୁ ଜିଲ୍ଲାର ବଡ଼ ହସ୍ପିଟାଲକୁ ପଠାଯାଏ, କିନ୍ତୁ ବଡ଼ ମେଡିକାଲରେ ଯଦି ସୁବିଧା ନଥାଏ ଅଭିଜ୍ଞ ଡାକ୍ତର ଥାଆନ୍ତି କିଛି ପ୍ରାଥମିକ ଚିକିତ୍ସା କରି ରାଜ୍ୟର ବଡ଼ ମେଡିକାଲକୁ ପଠାନ୍ତି । ହେଲେ ସବୁଠୁ ବଡ଼ କଥା ବ୍ଲକ କଣ ଜିଲ୍ଲା କଣ କୌଣସି ମେଡିକାଲରେ ଡାକ୍ତର ନାହାନ୍ତି, ନର୍ସ ନାହାନ୍ତି, ପେଥୋଲଜିଷ୍ଟ ନାହାନ୍ତି, ରୋଗୀର ଛୋଟମୋଟ ପରୀକ୍ଷା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ, ଗୋଟେ ଟ୍ରମା ସେଣ୍ଟର ନାହିଁ କ’ଣ ରଖିଛନ୍ତି ସରକାର ଆପଣ କୁହନ୍ତୁ ।
ସରକାର କେଉଁ ଦିଗକୁ ଗୁରୁତ୍ୱ ଦେଉଛନ୍ତି ଯେ ଲୋକଙ୍କ ଚିକିତ୍ସା ପ୍ରତି ଗୁରୁତ୍ୱ ଦେବା ପାଇଁ ତାଙ୍କ ପାଖେ ସମୟ ନାହିଁ,
ଏହାକୁ ନେଇ ୨୦୦୫ରୁ ଆନ୍ଦୋଳନ ମେଡିକାଲ କ୍ରିୟାନୁଷ୍ଠାନ ପକ୍ଷରୁ ଧାରଣା ଦିଆଯାଇଆସି ୨୦୧୮ରେ ତା’ର ସାମାନ୍ୟ କିଛି ପରିସମାପ୍ତି ଘଟିଥିଲା । ଆଜିପର୍ଯ୍ୟନ୍ତ ଧାରଣା, ବିକ୍ଷୋଭ ଯେତେ ଯାହା କରିବାରୁ ସରକାରଙ୍କ ଏସବୁକୁ କର୍ଣ୍ଣପାତ କରୁନାହାନ୍ତି ।
ଅନ୍ୟପଟେ ବାଲେଶ୍ୱର ରେମୁଣାରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଖୋଲାଗଲା, କାରଣ ରୋଗୀ ଆଉ କଟକ, ଭୁବନେଶ୍ୱର ଦୌଡ଼ିବେ ନାହିଁ, ହଇରାଣ ହେବେ ନାହିଁ।
ହେଲେ କ’ଣ ହେଲା ଲାଭ.. ସେଠାରେ ବି ସମାନ ଅବସ୍ଥା, ନାଁ ଅଛନ୍ତି ଡାକ୍ତର ନାଁ ଅଛି କୌଣସି ରୋଗୀର ପରୀକ୍ଷା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ।
ଏହାକୁ ନେଇ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ୧ରେ ରେମୁଣା ଏମ୍ସ ସାଟେଲାଇଟ୍ ସେଣ୍ଟର ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ।
